ଦେବଗଡ: ଔତଳ ଗାଁରେ ବୃଦ୍ଧ ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଘଟଣାରେ ଜେଲ ଗଲା ସଇତାନ ପୁଅ
ବୃଦ୍ଧ ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଘଟଣାରେ ଜେଲ ଗଲା ସଇତାନ ପୁଅ । ଦେବଗଡ ଜିଲ୍ଲା ବାରକୋଟ ଥାନା ଔତଳ ଗ୍ରାମରେ ଗତକାଲି ସକାଳୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା । ସେହି ଗ୍ରାମର ବଳଭଦ୍ର ବେହେରାଙ୍କୁ ତାଙ୍କ ପୁଅ ହୃଦାନନ୍ଦ ବେହେରା ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ହତ୍ୟାକାଣ୍ଡ ପରେ ବାପାଙ୍କ ଶବ ଘର ନିକଟରେ ମାଟି ଖୋଳି ପୋତି ଦେଇଥିଲା । ଏହି ଘଟଣାରେ ହତ୍ୟାକାରୀ ପୁଅ ହୃଦାନନ୍ଦଙ୍କୁ ଆଜି ଗିରଫ କରି ପୋଲିସ କୋର୍ଟଚାଲାଣ କରିଥିବା ବେଳେ ଜାମିନ ନାମାଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦି।।ଯାଇଥିବା ଜଣାପଡିଛି ।