- ୦୨. ୧୨. ୨୦୨୫ ରିଖ ସ୍ଥାନ -ଉମରକୋଟ ଉମରକୋଟ ବ୍ଲକ ଅଧିନସ୍ଥ ଗନ୍ଦ୍ରିବହାଲ ଗ୍ରାମରେ ଗଛ କଟା କୁ ନେଇ ବିବାଦ। ସୂଚନା ଅନୁଯାୟୀ ଗତ ରବିବାର ଦିନ ଜଣେ ମହିଳା ଆସି ଗନ୍ଦ୍ରିବହାଲ ଗ୍ରାମ ର ଜଙ୍ଗଲ ରୁ ଗଛ କାଟି ନେଇଛନ୍ତି। ଗ୍ରାମବାସୀ ମାନେ ଏବିଷୟରେ ଜାଣି ତୁରନ୍ତ ଜଙ୍ଗଲ ବିଭାଗ ଅଧିକାରୀ ଙ୍କୁ ଜଣାଇଥିଲେ। ଖବର ପାଇ ଜଙ୍ଗଲ ବିଭାଗ ଅଧିକାରୀ ଘଟଣା ସ୍ଥାନରେ ପହଂଚି ତଦନ୍ତ କରିଥିଲେ। ଅପରପକ୍ଷେ ସୋମବାର ଦିନ ମହିଳା ଜଣକ ଗ୍ରାମର ୧୮ ଜଣଙ୍କ ବ୍ୟକ୍ତିଙ୍କ ନାଁ ରେ କେଶ କରିଛନ୍ତି। ଏହାକୁ ବିରୋଧ କରି ଆଜି ଗ୍ରାମବାସୀ ଥାନାର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି।