ମାହାଙ୍ଗା: ମାହାଙ୍ଗା ବ୍ଳକ ଅଳିଯୋଡ଼ା ସ୍ଥିତ ବିଧାୟକଙ୍କ ବାସଭବନରେ ମିଶ୍ରଣ ପର୍ବ ଅନୁଷ୍ଠିତ।
ମାହାଙ୍ଗା ବ୍ଳକ ଅଳିଯୋଡ଼ା ସ୍ଥିତ ବିଧାୟକଙ୍କ ବାସଭବନରେ ମିଶ୍ରଣ ପର୍ବ ଅନୁଷ୍ଠିତ। ଆଜି ସୋମବାର ଅପରାହ୍ନରେ ମାହାଙ୍ଗା ବ୍ଳକ ଅଳିଯୋଡ଼ା ସ୍ଥିତ ବିଧାୟକଙ୍କ ବାସଭବନରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।ଅନ୍ୟଦଳ ଛାଡି ୧୦୦ରୁ ଉର୍ଦ୍ଧ୍ବ କର୍ମୀ ବିଜେଡି ଦଳରେ ଯୋଗଦାନ କରିଛନ୍ତି। ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ଓ ବିଧାୟକଙ୍କ ଦୃଢ଼ ନେତୃତ୍ୱକୁ ଅନୁପ୍ରାଣିତ ହୋଇ ମିସିଛନ୍ତି।