କୁଚିଣ୍ଡା ବ୍ଲକ ଅନ୍ତର୍ଗତ କୁଟୁରାଚୁଆଁ ଗ୍ରାମରେ ଜଙ୍ଗଲି ହାତୀ ପଶି ଯାଇଥିବା ଏକ ଭିଡ଼ିଓ ଭାଇରାଳ ହୋଇଥିବା ବେଳେ ଏହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ରହିଛି। ସୂଚନା ଅନୁସାରେ କୁଟୁରାଚୁଆଁ ଗ୍ରାମରେ ଗତ ୨ ଦିନ ପୂର୍ବରୁ ଏକ ଜଙ୍ଗଲି ହାତୀ ପଶି ଆସିଥିବା ବେଳେ ଉକ୍ତ ଘଟଣାଟି CCTV ରେ କଏଦ ହୋଇଛି। ମଙ୍ଗଳବାର ରାତି ୯ ଟାରେ ଉକ୍ତ ଭିଡିଓ ଭାଇରାଲ ହୋଇଥିବା ବେଳେ ଏହାକୁ ନେଇ ଅଞ୍ଚଳ ରେ ଭୟ ର ବାତାବରଣ ରହିଛି। ଅନ୍ୟ ପଟେ ଅଞ୍ଚଳରେ ଏକ ୩୦ ଟିକିଆ ହାତୀପୋଲୋ ଘୁରି ବୁଲୁଥିବା ସୂଚନା ରହିଛି।