ରିଆମାଳ ବନାଂଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଆମ୍ବଚୁଆଁ ଅଂଚଳରେ ୨୦ ଟିକିଆ ହାତୀପଲ ଉପଦ୍ରବ ଜାରି ରହିଛି । ହାତୀ ପଲରେ ୯ ଟି ଦନ୍ତା ହାତୀ, ୬ ଟି ମାଇ ହାତୀ ଏବଂ ୫ ଟି ହାତୀ ଶାବକ ରହିଥିବା ଜଣାପଡିଛି । ହାତୀ ଉପଦ୍ରବ ଯୋଗୁଁ ସ୍ଥାନୀୟ ଲୋକ ଭୟଭୀତ ଅଛନ୍ତି । ଅନ୍ୟପଟେ ହାତୀ ଥିବା ଅଂଚଳରେ ବନବିଭାଗ କର୍ମଚାରୀ ପଇଁତରା ମାରିବା ସହିତ ଧନ ଜୀବନ ଯେଭଳି କ୍ଷୟକ୍ଷତି ନହେବ ସେଥିପ୍ରତି ଦୃଷ୍ଟି ଦେଉଥିବା ଜଣାପଡିଛି ।