ସମ୍ବଲପୁର ମ୍ୟୁନିସିପାଲଟି: ସ୍ୱଚ୍ଛତା ହିଁ ସେବାକୁ ନେଇ ମହାନଗର ନିଗମ ପକ୍ଷରୁ ସମଲେଶ୍ୱରୀ ମନ୍ଦିର ଅଞ୍ଚଳରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ
ସ୍ୱଚ୍ଛତା ହିଁ ସେବାକୁ ନେଇ ଆଜି ସକାଳ 9 ଟା ରେ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ସମଲେଶ୍ୱରୀ ମନ୍ଦିର ଅଞ୍ଚଳରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ନିଜେ କୋଦାଳ ଧରି ଆବର୍ଜନା ସଫେଇ କରୁଛନ୍ତି ଯୁବ ଆଇଏଏସ ତଥା ସମ୍ବଲପୁର ମହାନନଗର ନିଗମ କମିଶନର ରୋହନ ଖତ୍ରୀ | ସହରର ବିଭିନ୍ନ ସ୍ଥାନ ବୁଲି କମିଶନର ନିଜେ କୋଦାଳ ଧରି ସଫା କରି ସ୍ବଚ୍ଛ କର୍ମଚାରୀଙ୍କୁ ଉତ୍ସାହିତ କରୁଛନ୍ତି | ସକାଳୁ ସକାଳୁ ଏଦୃଶ୍ଯ ସମସ୍ତଙ୍କୁ ଚକିତ କରିଥିଲା | ତେବେ କମିଶନରଙ୍କୁ ସାଙ୍ଗରେ ପାଇ ସ୍ବଚ୍ଛ କର୍ମଚାରୀ ମଧ୍ଯ ସଫେଇ କାର୍ଯ୍ଯରେ ଲାଗିଛନ୍ତି | ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧା