ଟିଟିଲାଗଡ: ବେଲଗାଁ ଠାରେ ଗଛକୁ ପିଟିଲା ଟ୍ରକ, ଡ଼୍ରାଇଭର ମୃତ ଓ ସଇଁତଳା ପୋଲିସ କଲା ତଦନ୍ତ
ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସଇଁତଲା ଥାନା ଜାତୀୟ ରାଜପଥ ୨୬ ବେଳଗାଁ କଲେଜ ସାମ୍ନା ରେ ଆଲୁମିନିୟମ କଣ୍ଟେନର ଟ୍ରକ ସଇଁତଲା ପଟୁ କଳାହାଣ୍ଡି ଦିଗରେ ଯାଉ ଥିବା ସମୟ ରେ ଭରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛ କୁ ଧକ୍କା ଦେଇ ଥିଲା।ଡ଼୍ରାଇଭର ଚାପି ହେଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।ଡ଼୍ରାଇଭର ଜଣକ ଉତ୍ତର ପ୍ରଦେଶ ଆଜମଗଡ ର ରାଜାରାମ ଯାଦବ। ଆଲୁମିନିୟମ କଣ୍ଟେନର ଟ୍ରକରେ ଝାରସୁଗୁଡ଼ାଠୁ ବିଶାଖାପାଟଣା ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ଥ ହେଇଥିଲେ।ଖବର ପାଇ ଅଗ୍ନିଶମ ବିଭାଗ ଏବଂ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଶବ ଜବତ କରିଛି ବୋଲି ସଇଁତଳା ପୋଲିସ ୬ ଟା ରେ ସୂଚନା ଦେଇଛି।