କେନ୍ଦୁଝର ସହର: ଦୁର୍ନୀତି ମୁକ୍ତପ୍ରଗତିଶୀଳ ମଞ୍ଚ ପକ୍ଷରୁ କାଠପାଳ ରେମାଳ ନଦୀରେ ବାଲି ସତ୍ୟାଗ୍ରହ
ପରିବେଶ କୁ ସୁରକ୍ଷା ତଥା ବିଭିନ୍ନ ନଦୀ ନାଳର ସୁରକ୍ଷା ପାଇଁ ଦୁର୍ନୀତି ମୁକ୍ତପ୍ରଗତିଶୀଳ ମଞ୍ଚ ପକ୍ଷରୁ ଆରମ୍ଭ ହୋଇଛି ବାଲି ସତ୍ୟାଗ୍ରହ। ତେଣୁ ଘସିପୁରା ବ୍ଲକ ଦରଡ଼ିପାଳ ପଞ୍ଚାୟତ କାଠପାଳ ଠାରେ ଥିବା ରେମାଳ ନଦୀ ବାଲିର ସୁରକ୍ଷା ପାଇଁ ଆଜି ମଞ୍ଚର ସଦସ୍ୟ ମାନେ ବାଲି ଭିତରେ ବସି ନିଆରା ଭାବେ ପ୍ରତିବାଦ କରିଛନ୍ତି।