ବରଗଡ: ପିପଲମୁଣ୍ଡା ସ୍ଥିତ ଟ୍ରାଞ୍ଜିଟ ନର୍ସରୀ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଲେ ବରଗଡ଼ ବିଧାୟକ, ଜିଲ୍ଲାପାଳ l
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସ ଉପଲକ୍ଷେ ଦିନିକିଆ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଏବଂ ସ୍ବଚ୍ଛ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ବରଗଡ଼ ପିପଲମୁଣ୍ଡା ଟ୍ରାଞ୍ଜିଟ ନର୍ସରୀ ପରିସରରେ ବୁଧବାର ମଧ୍ୟାହ୍ନ 12 ଘଣ୍ଟା ସମୟରେ ଜିଲ୍ଲା ପ୍ରଶାସନ ତଥା ଉଦ୍ୟାନ କୃଷି ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଏବଂ ସିଂଙ୍ଗଲ-ୟୁଜ ପ୍ଲାଷ୍ଟିକ ନିଷେଧ ନିମନ୍ତେ ଆୟୋଜିତ ସ୍ବଚ୍ଛ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରଗଡ ବିଧାୟକ ଶ୍ରୀ ଅଶ୍ଵିନୀ କୁମାର ଷଡଙ୍ଗୀ ଙ୍କ ସମେତ ପଦ୍ମଶ୍ରୀ ଡ଼ ହଳଧର ନାଗ, ପଦ୍ମଶ୍ରୀ ଭଗବତ ପ୍ରଧାନ ଉପସ୍ଥିତ ଥିଲେ l