ରିଆମାଳ ବ୍ଲକ ନୂଆଡିହି ଗ୍ରାମରେ ସ୍ଥାନୀୟ କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଂଟ ଶନିବାର ସନ୍ଧ୍ୟା ପ୍ରାୟ ୫ ଟାରେ ଉଦଯାପିତ ହୋଇଯାଇଛି । ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଟାଇଟନ-୧୧ ଧଉରାଗୋଠ ଦଳକୁ ପରାସ୍ତ କରି ୟୁନିକ-୧୧ ଅଙ୍ଗାବିରା ଦଳ ଚମ୍ପିୟାନ ହୋଇଥିଲା । ଏହି ଅବସରରେ ଅନୁଷ୍ଠିତ ଉଦଯାପନୀ ତଥା ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦେବଗଡ ବିଧାୟକ ରୋମାଂଚ ରଞ୍ଜନ ବିଶ୍ୱାଳ ଯୋଗଦେଇ ଉଭୟ ବିଜେତା ଏବଂ ଉପବିଜେତା ଦଳକୁ ଟ୍ରଫି ସହିତ ପୁରସ୍କାର ରାଶି ପ୍ରଦାନ କରିଥିବା ବେଳେ ଖେଳାଳି ଏବଂ ଆୟୋଜକ ଅନୁଷ୍ଠାନକୁ ଉତ୍ସାହିତ କରିଥିଲେ ।