କେନ୍ଦୁଝର ଜିଲ୍ଲାରେ ୧୯୨ ନୂତନ ମତଦାନ କେନ୍ଦ୍ର ପାଇଁ ନିର୍ବାଚନ ଆୟୋଗଙ୍କ ମଞ୍ଜୁରୀ କେନ୍ଦୁଝର ଜିଲ୍ଲାରେ ମତଦାତାଙ୍କ ବହୁବିଧ ସୁବିଧା ପାଇଁ ୧୯୨ଟି ନୂତନ ମତଦାନ କେନ୍ଦ୍ର ଗଠନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଭାରତ ନିର୍ବାଚନ ଆୟୋଗ (ECI) ଅନୁମୋଦନ କରିଛନ୍ତି । ଏହି ପଦକ୍ଷେପ ଦ୍ୱାରା ମତଦାନ ସମୟର ଲୋକମାନଙ୍କର ଭିଡ଼ କମିବା ସହିତ ଭୋଟଦାନ କେନ୍ଦ୍ରର ଦୂରତା କମିବ ।