କୁଚିଣ୍ଡା ବ୍ଲକ ସାତକମା ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କୁଟୁରାଚୁଆଁ ସେକ୍ଟର ସ୍ତରୀୟ ଏକ କର୍ମଶାଳା ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ‘ସଭିଏଁ ପଢ଼ିବେ ସଭିଏଁ ବଢିବେ' ଶୀର୍ଷକ ଉକ୍ତ କର୍ମଶାଳାକୁ ବ୍ଲକ ଶିକ୍ଷା ଅଧିକାରୀ ସୁଶ୍ରୀ ଗୀତା ପଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଶିକ୍ଷାବିତ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ କୁଟୁରାଚୁଆଁ ଓ କୁଡ଼ାପଡ଼ା ଗ୍ରାମ ପଞ୍ଚାୟତକୁ ନିରକ୍ଷର ବିହୀନ କରିବାକୁ ଆହ୍ଵାନ ଦେଇଥିଲେ।