ମହାନଗର ନିଗମ ଅନ୍ତର୍ଗତ ଵୃକ୍ସ୍ ହିଲ ହନୁମାନ ମନ୍ଦିରରେ ମକର ସଂକ୍ରାନ୍ତି ଉପଲକ୍ଷେ ବିଶ୍ଵ ଶାନ୍ତି ମାରୁତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି l 185ଜଣ ମହିଳା ଭକ୍ତ ମନ୍ଦିରରୁ ଏକ ବିରାଟ ପଟୁଆରରେ ବାହାରି ମହାନଦୀ କୁ ଯାଇ କଳସରେ ପାଣି ଆଣି ଥିଲେ । ଆଜି ସକାଳ 8.45ରୁ ଯଜ୍ଞ ଆରମ୍ଭ ହୋଇଥିଲା ଓ ସନ୍ଧ୍ୟା 6.30ରେ ପୂର୍ଣ୍ଣାହୁତି ହୋଇ ଶେଷ ହୋଇଥିଲା ,ଯଜ୍ଞର କର୍ତ୍ତା ଭାବରେ ରଞ୍ଜିତ୍ ଦାସ ଓ ତାଙ୍କ ଧର୍ମ ପତ୍ନୀ ସୁସ୍ମିତା ଦାସ କାର୍ଯ୍ୟ ତୁଲାଇଥିଲେ ।