ଲାଞ୍ଜିଗଡ: ସେମେଲପଦର ନିକଟସ୍ଥ ନାଳରୁ ନିଖୋଜ ୨ଭାଇଙ୍କ ମଧ୍ୟରୁ ଏବେ ମଧ୍ୟ ବଡ଼ ଭାଇ ନିଖୋଜ
ଗତ ଦୁଇ ଦିନ ତଳେ ପ୍ରବଳ ବର୍ଷା ଯୋଗୁଁ ଥୁଆମୁଳ ରାମପୁର ଠାରୁ ଭବାନୀପାଟଣାକୁ ସଞ୍ଜୋଗ କରୁଥିବା ସେମେଲପଦର ନିକଟସ୍ଥ ନାଳରୁ ବାଇକ୍ ସହ ଦୁଇ ଭାଇ ନିଖୋଜ ହେଇଥିଲେ । ଶୁକ୍ରବାର ପ୍ରଦୀପ ଦାଶଙ୍କ ମୃତ ଦେହ ଉଦ୍ଧାର ହେଇଥିଲା। କିନ୍ତୁ ଘଟଣାର ଦୀର୍ଘ ୪୦ ଘଣ୍ଟାରୁ ଅଧିକ ସମୟ ବିତି ସାରିଥିଲେ ମଧ୍ୟ ପ୍ରଦୀପଙ୍କ ବଡ଼ ଭାଇ ଦିଲିପ ଦାଶଙ୍କ କୌଣସି ସନ୍ଧାନ ମିଳିନାହିଁ। ଯେଉଁଥିପାଇଁ ପରିବାର ଲୋକ ଆଶା ଓ ଆଶଙ୍କାରେ। ଅନ୍ୟପଟେ ସେମାନଙ୍କ ବାଇକ ଶନିବାର ସନ୍ଧ୍ୟାରେ ଉଦ୍ଧାର କରାଯାଇଛି।