ବଡଚଣା: ବଡ଼ଚଣା,ଚାଉଳଥଳି ଗାଁ ଓ ବାତୋ ଅଂଚଳର ଏକ ଟ୍ରକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ପରିବାରଙ୍କୁ ଭେଟିଲେ ସାଂସଦ, ବିଧାୟକ
ଯାଜପୁର ଜିଲ୍ଲା ବଡ଼ଚଣା ନିର୍ବାଚନ ମଣ୍ଡଳୀର ଚାଉଳଥଳି ଗାଁର ପାର୍ଥସାରଥି ରାଉତ ଏବଂ ବାତୋ ଗାଁର ଉମାକାନ୍ତ ବେହେରାଙ୍କର ଏକ ଟ୍ରକ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏହି ଦୁଃଖଦ ଖବର ଶୁଣି ମଙ୍ଗଳବାର 5ଟା ସମୟରେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଏବଂ ବଡ଼ଚଣା ବିଧାୟକ ଅମର ନାୟକ ମୃତକଙ୍କ ବାସଭବନରେ ପହଞ୍ଚି ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ। ଏହି ଦୁର୍ଘଟଣାରେ ଆହତ ତାପସ ସାମଲଙ୍କୁ ମଧ୍ୟ ସେମାନେ ସାକ୍ଷାତ କରିଥିଲେ।