ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ତ ହେଲେ ମା ଭଣ୍ଡାର ଘରଣୀ ଚିତ୍ରକଳା ସଂଘ ନବରଙ୍ଗପୁର ମା ଭଣ୍ଡାର ଘରଣୀ ଚିତ୍ରକଳା ସଂଘର ସଭାପତି ଶ୍ରୀ ମୁରଲୀ ଭୂଷଣ ପାତ୍ରଙ୍କ ତତ୍ୱାବଧାନରେ ସଙ୍ଘର ସମସ୍ତ ସଦସ୍ୟ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ମହେଶ୍ୱର ସ୍ବାଇଁ ଏବଂ ନବରଙ୍ଗପୁର ସଂସ୍କୃତି ଅଧିକାରୀ ଶ୍ରୀ ଘାସିଆ ହରିଜନଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସଙ୍ଘର ଦାବି ଅନୁସାରେ ନବରଙ୍ଗପୁର ଲୋକ ମୋହଚ୍ଛବ ମଣ୍ଡେଇରେ ନବରଙ୍ଗପୁର ଜିଲ୍ଲାର ସ୍ଥାନୀୟ ଚିତ୍ରକାର ମାନଙ୍କୁ ମଣ୍ଡେଇ ସହ ଯୋଡ଼ିତ ଚିତ୍ରକଳା କାର୍ଯ୍ୟ ଗୁଡିକ ପ୍ରଦାନ କରାଯିବା ନିମନ୍ତେ ଅନୁରୋଧ କରାଯାଇଛି।