ଧର୍ମଶାଳା: ଯାଜପୁର ଜିଲ୍ଲା ବୈରୀ ଥାନା ଅଞ୍ଚଳର ଆଦିବାସୀ ମହିଳା ଗଣ ବଳାତ୍କାର, ଦୁଇ ଅଭିଯୁକ୍ତ ଗିରଫ।
ଯାଜପୁର ଜିଲ୍ଲା ଅନ୍ତର୍ଗତ ବୈରୀ ଥାନା ଅଧୀନ ସମିଆ ପଞ୍ଚାୟତର ଚମ୍ପାପୁର ଗ୍ରାମରେ ଘଟିଛି ଗଣ ଧର୍ଷଣ ମାମଲା । ରିପୋର୍ଟ ଅନୁଯାୟୀ, ଜଣେ ୨୮ ବର୍ଷୀୟ ଜନଜାତି ମହିଳାଙ୍କୁ ଭାଲୁଖାଇ ଜଙ୍ଗଲରେ ଛେଳି ଚରାଉଥିବା ସମୟରେ ଦୁଇ ଜଣ ଅଭିଯୁକ୍ତ ଜୋର ଜବରଦସ୍ତୀ ଉଠାଇ ନେଇ ଗଣ ଧର୍ଷଣ କରିଥିଲେ। ସନ୍ଧ୍ୟା ସମୟରେ ମହିଳା ଜଣକ କୌଶଳ କରି ଅଭିଯୁକ୍ତଙ୍କ ପାଖରୁ ଖସି ଆସି ପରିବାରକୁ ଘଟଣା ବିଷୟରେ ଜଣାଇଥିଲେ। ପରିବାର ଲୋକେ ତାଙ୍କୁ ବୈରୀ ଥାନାରେ ପହଞ୍ଚାଇଥିଲେ।ଥାନା ଅଧିକାରିଣୀ ଅଂଶୁମାଳା ଦାସ ଘଟଣା ଶୁଣି ମାମଲା ନଂ ୧୪୦/୨୫ ରୁଜୁ କରି,ମଙ୍ଗଳବାର 9ଟା ସମୟରେ ପୋଲିସ ବାହିନୀ ସହ ଭାଲୁଖାଇ ଜଙ୍ଗଲରେ ଚ