ତେଲକୋଇ: ତେଲକୋଇ ବ୍ଲକ ଅଞ୍ଚଳ ଦୁର୍ଗମ ସାଙ୍କୋଇ , କୃଷ୍ଣପୁର ଅହିଗୋଳା, ତାଳପଦା ଆଦି ଗାଁ ମୋବାଇଲ ଟାୱାରପାଇଁ ବର୍ଷ ବର୍ଷ ଅସୁବିଧାରେ #Janasamasya
ତେଲକୋଇ ବ୍ଲକଏକ ଆଦିବାସି ଅଧ୍ୟୁଷିତ ଘନ ଜଙ୍ଗଲ ପରିପୂର୍ଣ୍ଣ ଅଞ୍ଚଳ ମୁବାଇଲ ନେଟୱାର୍କ ପାଇଁ ଲୋକେ ବର୍ଷ ଧରି ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଯଦି କହିବା ତେଲକୋଇ ବ୍ଲକର କାଳିଆହତା ,ପଡ଼ାଙ୍ଗ , ତାଳପଦା , ବଳଭଦ୍ରପୁର, ବିମଳା, ଖୁଣ୍ଟାପଡ଼ା ,ଆକୁଳ ଦେଉଳଡିହା ଆଦି ପଞ୍ଚାୟତ ଦୁର୍ଗମ ଗାଁ ଗୁଡ଼ିକରେ ମୁବାଇଲ ଟାୱାର ନ ଥିବାରୁ ଅତି ଜରୁରି କାଳିନ ସେବା ରୁ ବଞ୍ଚିତ ହେଉଛନ୍ତି ଲୋକେ ।ଟାୱାର ପାଇଁ ଗଛ ଉପରେ ଚଢିବା ପାହାଡ଼ର ସିଖରରେ ଚଢି ଲୋକେ ଅତି ଜରୁରି ସେବାକୁ ଯୋଗାଯୋଗ କରୁଛନ୍ତି । ରବିବାର ଅପରାହ୍ନ୪ରେ ଗଣମାଧରେ ପ୍ରତିକ୍ରିୟା ରଖିଲେ ଲୋକେ ।