ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭୁବନେଶ୍ବର ସ୍ଥିତ ମୁଖାର୍ଜୀ ପାର୍କରେ ପ୍ରତିମୂର୍ତ୍ତିରେ ମାଲ୍ୟା ଅର୍ପଣ କରି ପ୍ରତିକ୍ରିୟା ରଖିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ
ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଦିବସ ପାଳନ। ଭୁବନେଶ୍ବର ସ୍ଥିତ ଡା ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ଅବସ୍ଥାପିତ ପ୍ରତିମୂର୍ତ୍ତିରେ ମାଲ୍ୟା ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବାଚସ୍ପତି ସୁରମା ପାଢ଼ୀଙ୍କ ସହ ବିଜେପି ଉପ ସଭାପତି ଗୋଲକ ମହାପାତ୍ର, ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଧାୟକ ବାବୁ ସିଂଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ସାମିଲ ହୋଇ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟା ଅର୍ପଣ କରିଛନ୍ତି।