ସୁନ୍ଦରଗଡ: ଲେମଲେମା ଜଙ୍ଗଲରେ ସଦର ପୋଲିସର ଅବକାରୀ ଚଢାଉ, 10 କ୍ଵିଣ୍ଟାଲ ଓଜନର ମହୁଲ ପୋଚ ନଷ୍ଟ
ଆଜି ମାର୍ଚ୍ଚ 12 ତାରିଖ ଗୁରୁବାର ପୂର୍ବାହ୍ନ,9 ଟା ରୁ ଅପରାହ୍ନ 3 ଟା ପର୍ଯ୍ୟନ୍ତ ଚାଲିଥିଲା ସଦର ପୋଲିସର ଏହି ଅବକାରୀ ଚଢାଉ। ଲେମ ଲେମା ଅଞ୍ଚଳରେ ଏହି କାର ବାର ହେଉଥିବା ନେଇ ସୁନ୍ଦରଗଡ଼ ଏସପିଙ୍କୁ କେହି ଜଣେ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ଏସପି ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବା ପାଇଁ ସଦର ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ନିର୍ଦ୍ଦେଶ କ୍ରମେ ସଦର ପୋଲିସ ଏହି ଚଢାଉ କରି ଘଟଣା ସ୍ଥଳରେ 10 କ୍ଵିଣ୍ଟାଲ ଓଜନର ଏଫ୍ ଏମ୍ ୱାସ ବା ମହୁଲ ପୋଚ ନଷ୍ଟ କରିଛି। ତେବେ ମଦ ମାଫିଆ ମାନେ ଅତି ସୁଚିନ୍ତିତ ଓ ସୁକ୍ଷ୍ମ ଭାବେ ଗାତ କରି ଏହି କାଣ୍ଡ କରୁଥିବା ଜଣା ପଡ଼ିଛି।