ବିଞ୍ଝାରପୁର: ଭୂମିକା ହସ୍ପିଟାଲରେ ଶିଶୁ ମୃତ୍ୟୁ ଘଟଣାର ତଦନ୍ତ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରତିକ୍ରିୟା ରଖିଲେ ସିଡିଏମଓ ଶିବାଶିଷ ମହାରଣା
ଧର୍ମଶାଳା ବ୍ଲକ ରେ ଥିବା ଭୂମିକା ହସ୍ପିଟାଲରେ ଚିକିତ୍ସା ଅବହେଳା ରୁ ଏକ ସଦ୍ୟଜାତ ଶିଶୁ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ପାରିବାର ଲୋକେ ଧର୍ମଶାଳା ଥାନା ଏବଂ ଜିଲ୍ଲା ମୂଖ୍ୟ ଚିକିଶ୍ଚାଧିକାରି ଙ୍କ ନିକଟ ରେ ତଦନ୍ତ ପାଇଁ ଦାବି କରିଥିଲେ। ଶନିବାର ସନ୍ଧ୍ୟା ୬ଟା ରେ ଏହି ଘଟଣାର ତଦନ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଶିବାଶିଷ ମହାରଣା। ସୋମବାର ଏହାର ରିପୋର୍ଟ ସାର୍ବଜନୀନ କରାଯିବା ସହ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ସିଡିଏମଓ।