ଅନୁଗୋଳ: ପିଟିସି ଛକ ନିକଟରେ ଦୁଇ ବାଇକ ଦୁର୍ଘଟଣାରେ ତିନି ଗୁରୁତର
Anugul, Angul | Oct 9, 2025 ସୁଚନା ମୁତାବକ ଆଠମଲ୍ଲିକ ଅଞ୍ଚଳର ବଳଭଦ୍ର ବେହେରା ଙ୍କ ପୁଅ ପ୍ରଦୀପ ବେହେରା ଏକ ବାଇକ୍ ରେ ଅନୁଗୋଳ ରୁ ନାଲକୋ ଅଞ୍ଚଳକୁ ଯାଉଥିବା ବେଳେ ତାଳଚେର ବ୍ଲକ ଅନ୍ତର୍ଗତ ସାଉଥ୍ ବଲଣ୍ଡା ଗ୍ରାମର ରାକେଶ କୁମାର ବେହେରା ଓ ସୁମିତ ସାହୁ ଆସୁଥିବା ବେଳେ ପିଟିସି୍ ପୋଲିସ ଟ୍ରେନିଂ କଲେଜ ସମ୍ମୁଖ ରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା ଯାହା ଫଳରେ ତିନି ଜଣ ଯାକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ ସେହି ରାସ୍ତା ଦେଇ ଆପାତ କାଳିନ ଅଧିକାରୀ ଶ୍ରୀ ସୁଭେନ୍ଦୁ ଜେନା ସମସ୍ତ ଗୁରୁତର ଙ୍କୁ ଉଦ୍ଧାର କରି ଏକ ଟେମ୍ପୋ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ