ପୋଲସରା: ଚିରିକିପଡା ଶାସନ, ଭାବରଡ଼ା, ଗୋଛାବାଡି, ପାଣ୍ଡିରୀପଡା ପଞ୍ଚାୟତ ରେ ବୁଲି ଚାଷୀ କୁ ସଚେତନତା କଲା ଶ୍ରୀ ଅନ୍ନ ଅଭିଯାନ ରଥ
ଚାଷ ଓ ଚାଷୀ ଙ୍କ ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା ରହିଥିବା ବେଳେ ଚାଷୀ ସମସ୍ତ ଯୋଜନା ରୁ କିଭଳି ଲାଭବାନ ହେବେ ତାହାକୁ ନେଇ ସରକାର ଙ୍କ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି l ଏହି ପରିପ୍ରେକ୍ଷୀ ରେ ପ୍ରମୁଖ ଖାଦ୍ୟ ଶସ୍ୟ ଭାବେ ବିବେଚିତ ଧାନ,ମାଣ୍ଡିଆ ଭଳି ବିଭିନ୍ନ ଫସଲ କୁ ନେଇ ଚାଷୀ ଙ୍କୁ ଆକୃଷ୍ଟ କରିବା ଲାଗି ସରକାର ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ଏହାର ପ୍ରଚାର ପ୍ରଶାର ଲାଗି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ରେ ଗ୍ରହଣ କରାଯାଇଛି ଭିନ୍ନ ପଦକ୍ଷେପ l କୃଷି ବିଭାଗ ପକ୍ଷରୁ ଏକ ରଥ ଗାଁ ଗାଁ କୁ ବୁଲି ସଚେତନତା କରୁଛି l