ଓରିଏଣ୍ଟ: ଧୁଲୁଣ୍ଡାରେ ୧୭ ତମ ଆନ୍ତରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି
ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଚାରପାଲି ଗ୍ରାମ ପଞ୍ଚାୟତ ଧୁଲୁଣ୍ଡାରେ ୧୭ ତମ ଆନ୍ତରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି l ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୋଟ ୬୪ ଟି ଦଳ ଅଂଶଗ୍ରହଣ କରିଥିବାବେଳେ ଫାଇନାଲ ଖେଳ ଛତିଶଗଡ଼ ରାଜ୍ୟର ଉମରିଆ ଓ ବିଞ୍ଜକୋଟ ଦଳ ମଧ୍ୟରେ ହୋଇଥିଲା l ବିଞ୍ଜକୋଟକୁ ହରାଇ ଉମରିଆ ଦଳ ବିଜୟ ହାସଲ ହୋଇଛି l ଫାଇନାଲ ଖେଳରେ ହରେକୃଷ୍ଣ ସେଠ, ମନୋଜ ବିଶ୍ୱାଳ, ଯାଦବ ବିଶ୍ୱାଳ, ସରୋଜ ବିଶ୍ୱାଳ, ବଳରାମ ପଧାନ, ଓ ମିଥୁନ ମେହେର ଅତିଥି ରୂପେ ଅଂଶଗ୍ରହଣ କରି ଉଭୟ ଦଳକୁ ପୁରସ୍କୃତ କରିଥିଲେ l ଆଜି ଅପରାହ୍ନ ୫ ଟା ରେ ପ୍ରତିଯୋଗିତା ଉଦଯାପିତ ହୋଇଛି l