ଅନୁଗୋଳ: ଗାନ୍ଧୀ ମାର୍ଗରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ନିକଟରୁ ବନ୍ଧୁକ ଦେଖାଇ ୧୦ ଲକ୍ଷ ନେଇଯିବା ଅଭିଯୋଗରୁ ଜଣେ ଗିରଫ
Anugul, Angul | May 30, 2025 ଅନୁଗୋଳ ଜିଲ୍ଲା ଅନୁଗୋଳ ଥାନା ଅନ୍ତର୍ଗତ ଗାନ୍ଧୀ ମାର୍ଗରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ନିକଟରେ କିଛି ମାସ ତଳେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କା ଛଡାଇ ନେଇ ଯାଇଥିଲେ। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ କରିବା ସହିତ ଆଜି ଜଣଙ୍କୁ ଗିରଫ କରିଛି।