ରିଆମାଳ ଥାନା ଟିଙ୍କବୀର ଗ୍ରାମର ନିଖୋଜ ଜିତେନ୍ଦ୍ରିୟ ସାହୁ ବିଶାଖାପାଟଣା ରେଳ ଷ୍ଟେସନରୁ ଗୁରୁବାର ଉଦ୍ଧାର ହୋଇଥିବା ଜଣାପଡିଛି । ଏନେଇ ଗୁରୁବାର ସନ୍ଧ୍ୟା ୭ ଟାରେ ପରିବାର ଲୋକଙ୍କ ଠାରୁ ସୂଚନା ମିଳିଛି । ଜିତେନ୍ଦ୍ରିୟ ଚୌଦ୍ୱାର ଥାନା ଅନ୍ତର୍ଗତ ଇମ୍ଫାରେ କେୟାର ସିକ୍ୟୁରିଟି ଆଲାଏଡ ସର୍ଭିସ ସଂସ୍ଥାର ସୁରକ୍ଷାକର୍ମୀ ଭାବେ କାମ କରୁଥିଲେ । ସେ ଭାଇଜାଗ ଯାଇଥିବା ବେଳେ ସେଠାରୁ ନିଖୋଜ ହୋଇଯାଇଥିଲେ । ଗୁରୁବାର ବିଶାଖାପାଟଣା ରେଳଷ୍ଟେସନ ଠାରେ ଆରପିଏଫ ଜିତେନ୍ଦ୍ରିୟଙ୍କୁ ଠାବ କରିଛି ।