ଦେବଗଡ ପୁରୁଣା ଡାକ୍ତରଖାନାରେ ୨୪ ଘଂଟିଆ ସ୍ୱାସ୍ଥ୍ୟ ସେବା ଦାବି ଜୋର ଧରିଛି । ଦେବଗଡ ଜିଲ୍ଲା ଯୁବ ଏକତା ମଂଚ ଆହ୍ୱାନ କ୍ରମେ ପ୍ରଧାନପାଟରୁ ରବିବାର ସନ୍ଧ୍ୟାରେ ଏକ ବିରାଟ ବାଇକ ଶୋଭାଯାତ୍ରା ବାହାରିଥିଲା । ପୁରୁଣା ଡାକ୍ତରଖାନାରେ ୨୪ ଘଂଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଦାବିରେ ଉକ୍ତ ଶୋଭାଯାତ୍ରାରେ ପ୍ରାୟ ୨୦୦ ରୁ ଅଧିକ ବାଇକ ସାମିଲ ହୋଇଥିଲା । ଉକ୍ତ ଶୋଭାଯାତ୍ରା ସହରର ବିଭିନ୍ନ ସାହି ପରିକ୍ରମା କରି ଗୋପବନ୍ଧୁ ଛକରେ ପହଂଚିବା ପରେ ସନ୍ଧ୍ୟା ପ୍ରାୟ ୭ ପର୍ଯ୍ୟନ୍ତ ଏକ ଖୋଲାମଂଚ କରାଯାଇ ଲୋକଙ୍କର ମତାମତ ନିଆଯାଇଥିଲା ।