୨ ଡିସେମ୍ବର ୨୦୨୫ ରିଖ କେନ୍ଦୁଝର ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲା କଂଗ୍ରେସ କମିଟି ସଭାପତିଙ୍କୁ କୌଣସି ନୋଟିସ ନଦେଇ ହଠାତ୍ କଂଗ୍ରେସ ଭବନର ପାଚେରୀ ଭାଙ୍ଗି ସୀମା ନିର୍ଧାରଣ କରିବା ଏକ ଆଇନ ଅସମ୍ମତ କାର୍ଯ୍ୟ। ସତ୍ତାଧାରୀ ଦଳର ଆଦେଶରେ ଜିଲ୍ଲା ପ୍ରଶାସନ ୧୫୦ ବର୍ଷର ଐତିହାସିକ ଦଳ—କଂଗ୍ରେସ ଦଳର ନିଜସ୍ୱ ଜମିର ପାଚେରୀ ଭାଙ୍ଗି ବେଦଖଲ କରିବା ଭାରତୀୟ ଜାତୀୟ କଂଗ୍ରେସ ଓ କଂଗ୍ରେସ କର୍ମୀ ମାନଙ୍କ ପ୍ରତି ଘୃଣ୍ୟ ମାନସିକତାର ପ୍ରକାଶ କହିଲେ ମାତ୍ର ଅତ୍ୟୁକ୍ତି ହେବ ନାହିଁ ବୋଲି କହିଛନ୍ତି କଂଗ୍ରେସ କର୍ମୀ ।