ସୋର ଥାନା କୁଆମରା ନିକଟରେ ଥିବା ଦିବ୍ୟାଂଶୁ ହୋଟେଲ ପଛପଟରୁ ବିପୁଳ ପରିମାଣର ବିଦେଶୀମଦ ଜବତ କରି ଜଣଙ୍କୁ ଗିରଫ କରି ସୋର ପୁଲିସ କୋର୍ଟ ଚାଲାଣ କରିଛି।ସୂଚନା ଅନୁସାରେ ଶୁକ୍ରବାର ରାତିରେ କୌଣସି ସୁତ୍ରରୁ ଖବର ପାଇ ସୋର ପୁଲିସ ଉକ୍ତ ସ୍ଥାନରେ ଚଢ଼ାଉ କରି ୨୫ ଲିଟର ବିଦେଶୀମଦ ଜବତ କରିଥିବା ବେଳେ ଈଶାଣମୁଣ୍ଡୁଳି ଗ୍ରାମର କ୍ରିଷ୍ଣା ମହାଳିକକୁ ଥାନାରେ ଅଟକ ରଖିଥିଲେ।ଶନିବାର ସକାଳେ ଏ ବାବଦରେ ପୁଲିସ ୧୦୦୬/୨୫ ରେ ଏକ ମାମଲା ରୁଜ୍ଜୁ କରି କ୍ରିଷ୍ଣାକୁ ଗିରଫ କରିଥିଲେ। ଅପରାହ୍ନରେ ସୋର ମେଡ଼ିକାଲରେ ତାର ଡାକ୍ତରୀ ମାଇନା ପରେ ପୁଲିସ ତାକୁ କୋର୍ଟ ଚାଲାଣ କରିଛି।