ଉଦୟପୁର ନିକଟରୁ ମୁର୍ମୁଷ ଅବସ୍ଥା ରେ ଅଜଣା ବ୍ୟକ୍ତି ଉଦ୍ଧାର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ମୁର୍ମୁଷ ଅବସ୍ଥାରେ ଜଣେ ଅଜଣା ବ୍ୟକ୍ତି ଙ୍କୁ ଉଦୟପୁର ଗ୍ରାମ ନିକଟରୁ ଉଦ୍ଧାର କରାଯାଇଛି । ଉଦ୍ଧାର ବ୍ୟକ୍ତି ଙ୍କ ସ୍ୱାସ୍ଥ୍ୟ ବସ୍ଥା ଠିକ ନଥିବା ଯୋଗୁଁ ତେନ୍ତୁଳିଖୁଣ୍ଟି ଡାକ୍ତରଖାନା ରେ ଭର୍ତି କରାଯାଇଥିଲା । ତେବେ ଅଜଣା ବ୍ୟକ୍ତି ଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ ଖରାପ ଥିବା ଯୋଗୁଁ ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିବା ଡାକ୍ତର କିଷାନ ଦାଶ ସୂଚନା ଦେଇଛନ୍ତି ।