କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କୃଷକ ସଚେତନ ରଥ ମାଧ୍ଯମରେ ବିଭାଗ ପକ୍ଷରୁ କୃଷକଙ୍କ ପାଇଁ ଥିବା ବିଭିନ୍ନ ସରକାରୀ ଯୋଜନା ଉପରେ କୃଷକଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ଏକ ସଚେତନ ରଥ ଶୁଭାରମ୍ଭ କରାଯାଇଛି । ବୁଧବାର ଦିନ ସାଢେ ୧୧ଟା ବେଳେ କଲମପୁର ସମିତି କାର୍ଯ୍ୟାଳୟ ସମ୍ମୁଖରେ ପୂଜା ଅର୍ଚ୍ଚନା ପରେ ବି.ଡି.ଓ ବିଜୟ ମାଣ୍ଡା ଏବଂ ମୀନଗୁର ପଂଚାୟତର ପୂର୍ବତନ ସରପଂଚ ବିଜୟ ପଣ୍ଡା ପତାକା ଦେଖାଇ ଏହି କୃଷି ରଥର ଶୁଭାରମ୍ଭ କରିଥିଲେ ।