ନନ୍ଦପୁର ବ୍ଳକ ବାଡେଲ ପଞ୍ଚାୟତ ଅନ୍ତର୍ଗତ କାକୁଆ ଗ୍ରାମ ନିକଟସ୍ଥ ଜଙ୍ଗଲ ଭିତରେ ପୁଣିଥରେ ବାରହା ଶିକାର ନିମନ୍ତେ ଏଲେକ୍ଟ୍ରିକ୍ ଟ୍ରାପିଂ ଲଗାଯାଇଥିବା ଘଟଣା ନଜର କୁ ଆସିଛି। ବିଜୁଳି ବିଭାଗ ର କର୍ମଚାରୀମାନେ ଦୈନନ୍ଦିନ ଗସ୍ତ ସମୟରେ ଏହି ଅବୈଧ ଟ୍ରାପିଂ ନଜରକୁ ଆଣିଥିଲେ। ସ୍ଥଳ ପରିଦର୍ଶନ କରି ବିଜୁଳି ବିଭାଗ ପକ୍ଷରୁ ତାର, ବିଦ୍ୟୁତ ସଂଯୋଗ ତଥା ଶିକାର ପାଇଁ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଆଜି ସଂନ୍ଧ୍ୟା ୬.ଘଣ୍ଟା ସମୟରେ ଜବତ କରାଯାଇଛି। ଜନ ସଚେତନ ଅଭାବ ତଥା ଅବୈଧ ଜଂଗଲୀ ବନ୍ୟଜନ୍ତୁ ଶିକାର ରାକେଟ ଲାଗି ଏହିଭଳି ଅମାନୁଷିକ କାର୍ଯ୍ୟକଳାପ ଦିନକୁ ଦିନ ବଢ଼ିବାରେ ଲାଗିଛି।