ଧାମନଗର: ଦଇପୁର ଗ୍ରାମର ବ୍ଯକ୍ତିଙ୍କ ଘରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
ଧାମନଗର ଥାନା ଅନ୍ତର୍ଗତ ଦଇପୁର ଗ୍ରାମରେ ଗତକାଲି ବିଳମ୍ୱିତ ରାତ୍ରିରେ କୈଳାସ ରାଉତଙ୍କ ଘରର ତାଲା ଭାଙ୍ଗି ଲୁଟେରା ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରିଛନ୍ତି । ଏନେଇ କୈଳାସ ଶନିବାର ଧାମନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।