ରାଜ୍ୟର ବହୁ ପ୍ରାଥମିକ ବିଦ୍ୟାଳୟ କୁ ପ୍ରାଥମିକ ପର୍ଯ୍ୟାୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ରେ ସାମିଲ କରାଯାଇ ଭିତି ଭୂମି ଉନ୍ନତି ଲାଗି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ବିଦ୍ୟାଳୟ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବା ବେଳେ ଏଥିରେ ଗଞ୍ଜାମଜିଲ୍ଲା ଆସିକା ନିର୍ବାଚନ ମଣ୍ଡଳୀ କବିସୂର୍ଯ୍ୟନଗର ବ୍ଲକର ଏକମାତ୍ର ବିଦ୍ୟାଳୟ ଭାବେ ପାଇକଯମୁନା ପଞ୍ଚାୟତ ବଣପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସାମିଲ କରାଯାଇଛି l ବିଦ୍ୟାଳୟ ପରିସରରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଆସିକା ବିଧାୟକ ଯୋଗଦେଇଥିଲେ