ବରଗଡ: ନିଶା କାରବାର ବିରୋଧରେ ଟାଉନ ଥାନା ଘେରାଉ କଲେ କଟକିଆ ପଡାବାସୀ
ନିଶା କାରବାର ବିରୋଧରେ ବରଗଡ଼ ଟାଉନ ଥାନା ଘେରାଉ କଲେ କଟକିଆ ପଡାବାସୀ | ରବିବାର ସନ୍ଧ୍ୟା ୭ ଘଣ୍ଟା ସମୟରେ ବରଗଡ଼ କଟକିଆ ପଡାବାସୀ ଟାଉନ ଥାନା ଘେରାଉ କରି କଟକିଆ ପଡା ଓ ବରଗଡ଼ ସହରରେ ନିଶା କାରବାର ବନ୍ଦ କରାଯାଉ ବୋଲି ଦାବି କରିଛନ୍ତି | କଟକିଆ ପଡା ରେ ନିଶା କାରବାର ବୃଦ୍ଧି ଯୋଗୁଁ ଅଞ୍ଚଳରେ ବହୁ ଅସାମାଜିକ କାର୍ଯ୍ୟକଳାପ ହେଉଛି ଏହା ସହ ମହିଳା ମାନେ ଘରୁ ବାହାରି ପାରୁନାହାନ୍ତି | ତେବେ ଏନେଇ ବରଗଡ଼ ଟାଉନ ଥାନାରେ ଗତ ଏକ ମାସ ପୂର୍ବରୁ ଅଭିଯୋଗ କରିଥିଲେ ପଡାବାସୀ କିନ୍ତୁ ଥାନା ଅଧିକାରୀ ଅବହେଳା କରୁଥିବାରୁ ଆଜି ପଡାବାସୀ ଟାଉନ ଥାନା ଘେରାଉ କରିଛନ୍ତି ।