ଦେବଗଡ: ନାଉଲିପଡା ଗ୍ରାମରେ ପୋଖରୀରେ ବୁଡି ୫ ବର୍ଷର ଶିଶୁ କନ୍ୟା ମୃତ
ଦେବଗଡ ଜିଲ୍ଲାରେ ପୋଖରୀରେ ବୁଡି ୬ ବର୍ଷର ଶିଶୁ କନ୍ୟା ମୃତ । ରିଆମାଳ ଥାନା ନାଉଲିପଡା ଗ୍ରାମରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଦେଖାଦେଇଛି । ମାମୁଁ ଘରକୁ ଆସି ପୋଖରୀକୁ ଏକୁଟିଆ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଶିଶୁକନ୍ୟା ସୁନ୍ଦରଗଡ ଜିଲ୍ଲା ବଣେଇ ଥାନା ଅନ୍ତର୍ଗତ କୁରୁଡା ଗ୍ରାମର ସନ୍ତୋଷ କୁମାର ସାହୁଙ୍କ ୬ ବର୍ଷର ଝିଅ ଦୀପ୍ତିରାଣୀ ସାହୁ ବୋଲି ଜଣାପଡିଛି । ଦୀପ୍ତିରାଣୀ ମା’ଙ୍କ ସହିତ ଛୁଟି କାଟିବା ପାଇଁ ମାମୁଁ ଘର ବୁଲିବାକୁ ଆସିଥିଲେ ।