ଆଜି ଡିସେମ୍ବର 22 ତାରିଖ ଏହି ଚୋରି ନେଇ ଗାଡ଼ି ମାଲିକ ଗୋକୁଳ ଚନ୍ଦ୍ର ନାୟକ ଟାଉନ ଥାନାରେ ସକାଳ 7:10 ରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଗାଡ଼ି OD -15E-0879 ଆଜି ରାତି 1:30 ରୁ ରାତି 3:30 ମଧ୍ୟରେ ରାଣୀ ବଗିଚା ସରକାରୀ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରୁ ଚୋରି ହୋଇଯାଇଥିବା ନେଇ ସେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ କ୍ରମେ ଟାଉନ ଥାନା ପୋଲିସ ଟାଉନ ଥାନା କେଶ ନମ୍ବର -611 ରେ ଏକ ଚୋରି ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଥିଲେ। ତେବେ ଗାଡ଼ିର GPS ଟ୍ରାକିଂ କରି ସେହି ଗାଡ଼ି OD -15E-0879 ରାଉରକେଲା ବିଶ୍ରା ଅଞ୍ଚଳରେ ଥିବା ଜାଣି ପାରି ବିଶ୍ରା ପହଞ୍ଚି ବିଶ୍