ସରକାର ଆଦିବାସୀ ସମ୍ପ୍ରଦାୟ କୁଟିଆ କନ୍ଧ ମାନଙ୍କ ପାଇଁ ପିଭିଟିଜି ବା ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଗାଇ ଦେଇଛନ୍ତି। ଉକ୍ତ ଗୃହର ନିର୍ମାଣ ରେ ବିଳମ୍ବ ହେଉଥିବା ଦେଖିବାକୁ ମିଳୁଛି।ଉକ୍ତ ଗୃହର ନିର୍ମାଣ କାର୍ଯ୍ୟରେ ବିଳମ୍ବ ର କାରଣ ଖୋଜି ବାହାର କରିବା ପାଇଁ ହିତାଧିକାରୀ ମାନଙ୍କ ସହିତ ଆଲୋଚନା କରୁଛନ୍ତି ଜିଲ୍ଲା ଅଧିକାରୀ । ଏହି କ୍ରମରେ ଲାଞ୍ଜିଗଡ଼ ବ୍ଲକ ବାତେର ଲିମା ପଞ୍ଚାୟତ ଅନ୍ତର୍ଗତ ବାତେର ଲିମା ଗାଁ ରେ ହିତାଧିକାରୀ ମାନଙ୍କ ସହିତ ଆଲୋଚନା କରି ଶୀଘ୍ର ଗୃହ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିବା ଆଜି ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ର ସୁଚନା ଦେଇଛନ୍ତି।