ତଲସରା: ୫ ଦିନ ପରେ ନିଖୋଜ ଏନଆଇଟି ଛାତ୍ର ଙ୍କର ମୃତ ଦେହ ଉଦ୍ଧାର
ସୁନ୍ଦରଗଡ଼ ଜିଲ୍ଲାର ତଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଶଙ୍କରା ବ୍ଳକର ଘୋଘଡ଼ ସ୍ଥିତ କନାକୁଣ୍ଡ ଠାରେ ଗତ ଶନିବାର ନିଖୋଜ ରହିଥିବା ଏନଆଇଟି ଛାତ୍ର ଦିପେସ ପ୍ରଧାନ ଙ୍କର ମୃତ ଦେହ ଆଜି ସବଡେଗା ବ୍ଳକର ବାଉସେନବାହାଲ ଘାଟ ରୁ ଉଦ୍ଧାର କରାଯାଇଛି। ଏହି ଉଦ୍ଧାର କାର୍ଯ୍ୟ ରେ ରାଉରକେଲା ଓ ଝାରସୁଗୁଡା ର ଓଡ୍ରାଫ ଟିମ ସହ ବାଲିଶଙ୍କରା ସବଡେଗା ଦମକଳ ବାହିନୀ ନିୟୋଜିତ ହୋଇଥିଲେ।