ଓଡିଶା ରାଜ୍ୟ ଆସା କର୍ମୀ ସଂଘ ବରଗଡ଼ ଜିଲ୍ଲା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବରଗଡ଼ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି | ଶନିବାର ଅପରାହ୍ନ 2 ଘଣ୍ଟା ସମୟରେ ଜିଲ୍ଲାପାଳ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇ ୯ ଦଫା ଦାବି ନେଇ ଦାବିପତ୍ର ପ୍ରଦାନ କରାଯାଇଛି | ଜାତୀୟ ସ୍ୱାସ୍ଥ୍ୟ ମିଶନକୁ ସ୍ଥାୟୀ କରାଯାଇ ଆଶା କର୍ମୀ ମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରାଯାଉ, ମାସିକ 18,000 ଟଙ୍କା ମାସିକ ବେତନ ପ୍ରଦାନ କରାଯାଉ,ଆଶା କର୍ମୀ ମାନଙ୍କୁ ସାମାଜିକ ସୁରକ୍ଷା ଅନ୍ତର୍ଗତ E.S.I. ଓ E.P. F. O ସ୍କିମରେ ଅନ୍ତର୍ଭୁକ୍ତ କରାଯାଉ, ଅବସର କାଲିନ ସହାୟତା ରାଶି ଏକ କାଳୀନ