ସମ୍ବଲପୁର ମ୍ୟୁନିସିପାଲଟି: ମୋଡ଼ିପଡ଼ା ପାର୍କ ସମ୍ମୁଖରୁ ଜଣେ ଯୁବକକୁ ଧରିଲେ ସ୍ଥାନୀୟ ଲୋକେ
ଟାଉନ ଥାନା ଅନ୍ତର୍ଗତ ମୋଡ଼ିପଡ଼ା ପାର୍କ ସମ୍ମୁଖରୁ ଜଣେ ଚୋରକୁ ଧରିଲେ ସ୍ଥାନୀୟ ଲୋକେ l ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ 2 ଟା ସମୟରେ ଜଣେ ଯୁବକ ଚୋରି ଉଦେଶ୍ୟ ରେ ଏକ ଘରକୁ ପସିବା ଉଦ୍ୟମ କରୁଥିବା ବେଳେ ତାକୁ ଲୋକେ କାବୁ କରିଥିଲେ l ଏନେଇ ଟାଉନ ଥାନା କୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକଙ୍କୁ ଥାନା କୁ ନେଇ ଅଟକ ରଖି ପଚରା ଉଚରା କରୁଛି l