କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମଂଗଳବାର ମଧ୍ୟାହ୍ନରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହି ସଚେତନତା କରାଇଥିଲେ। ସାଇବର ଅପରାଧି ମାନେ କିଭଳି ଭାବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ପେନସନ ଉପଭୋକ୍ତା ମାନଙ୍କୁ ଟାର୍ଗେଟ କରିଥାନ୍ତି ଏବଂ କଣ କଲେ ଏଥିରୁ ମୁକ୍ତି ପାଇବେ ସେ ସମ୍ପର୍କରେ ସଚେତନତା କରାଯାଇଥିଲା।