ଅନୁଗୋଳ: ମାଧପୁର ଗ୍ରାମ ନିକଟ ପୋଖରୀରେ ବୁଡାଇ ମାରିଦେବା ଉଦ୍ୟମ କରିବା ନେଇ ଜଣେ ଗିରଫ
Anugul, Angul | Nov 15, 2025 ପୋଖରୀ ଭିତରେ ପାଣିରେ ବୁଡ଼େଇ ବୁଡ଼େଇ ମାରିବାକୁ ଉଦ୍ୟମ ବେଳେ, ଗାଁ ଲୋକେ ପହଞ୍ଚି ଉଦ୍ଧାର କରିଥିଲେ ବୋଲି ବନ୍ତଳା ଆନାରେ ଗୁରୁବାର ଅଭିଯୋଗ ହୋଇଥିଲା। ଅଭିଯୋଗ କାରୀ ଅନୁଗୋଳ ବ୍ଲକ ନନ୍ଦପୁର ପଞ୍ଚାୟତ ମାଧପୁର ଗାଁର ଅର୍ଜୁନ ମାଝୀ (୪୫) ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ।ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ସେ ଗାଁର ଶନି ମନ୍ଦିରେ ବଗିଚା କାମ କରନ୍ତି। ସେ ଚଷା ଜାତିର ହୋଇଥିବାରୁ ତାଙ୍କୁ ସେହି ଗାଁର ସଦାନନ୍ଦ ଦେହୁରୀ (୪୩) ତାଙ୍କୁ ବିରୋଧ କରି ଆସୁଥିଲ। ମନ୍ଦିର ପରିସର ବଗିଚାରେ କେବଳ ମାଳି ଜାତିର ଲୋକେ କାମ କରିପାରିବେ ବୋଲି ସଦାନନ୍ଦ କରୁଥିଲା ବେଳେ, ବହୁବା