ହୀରାକୁଦ ଲରପଙ୍କ ଠାରେ ବୀର ବିର୍ସା ମୁଣ୍ଡାଙ୍କ 150 ତମ ଜୟନ୍ତୀ ପାଳିତ ହୋଇଯାଇଛି l ମିଳିଥିବା ସୂଚନା ଅନୁସାରେ ଆଜି ଦିନ 1 ଟା ସମୟରେ ଲରପଙ୍କ ଅନ୍ଧାରି ପାଟ ପଡିଆରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ତରଣୀ ସେନ ଖଡିଆ ଯୋଗ ଦେଇଥିବା ବେଳେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସମ୍ପାଦକ ଯୁବରାଜ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ବିର୍ସା ମୁଣ୍ଡାଙ୍କ ସ୍ମୃତି ଚାରଣ କରାଯାଇଥିଲା l ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l