ସୋମବାର ବୌଦ୍ଧ ସହର ମାତଙ୍ଗେଶ୍ବର୍ ଶିବ ମନ୍ଦିର ନିକଟ ପୂଜା ଭଣ୍ଡାରରୁ ରବିବାର ବିଳମ୍ବିତ ରାତିରେ ତାଲା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ମନ୍ଦିର ନିକଟରେ ପୂଜା ଭଣ୍ଡାର ଦେଇଥିବା ଲୋକେଶ ବିଶ୍ବନାଥ ମହାପାତ୍ରଙ୍କ ଦୋକାନର ତାଲା ଓ ହୁକ୍ ଖୋଲି ରବିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଦୋକାନର କିଛି ସାମଗ୍ରୀ ଓ ନଗଦ ଟଙ୍କା ନେଇ ଯାଇଛନ୍ତି l ଏ ସମ୍ପର୍କରେ ବୌଦ୍ଧ ପୋଲିସକୁ ସୂଚନା ଦେବା ପରେ ପିସିଆର ଆସି ପ୍ରାରମ୍ଭିକ ତଦନ୍ତ କରି ଯାଇଥିବା ସୂଚନା ମିଳିଛି l