ରବିବାର ମହାସମାରୋହର ସହିତ ଥୁଆମୁଳ ରାମପୁର ବ୍ଲକ କିଆପଦ ପଂଚାୟତର ସାପମୁଣ୍ଡି ଗ୍ରାମ ଠାରେ ଆଦିବାସୀଙ୍କ ପାରମ୍ପାରିକ ଟୋକିମରା ପର୍ବ ପାଳନ ହେଇଯାଇଛି । ଏହି ପର୍ବ ପାଳନ ପାଇଁ ସାପମୁଣ୍ଡି ସମେତ କଲସାପଦର, ରାଏଲପଦର, କିଆପଦର, ଗାଉପଦର, ମେନକାପଡା, ପଟକାଜର, ଡାଲଗୁମା, ମେଲଘରା, ପୋଡପଦର, କରଞ୍ଜିଗୁଡା, ନେଙ୍ଗୁନଗୁଡା ପ୍ରମୁଖ ଗ୍ରାମର ଦିଶାରୀ ମାନେ ଯୋଗ ଦେଇ ସାପମୁଣ୍ଡି ଧରଣୀରୁ ମାଂସ ଜୁର କରି ନେଇ ନିଜ ଧରଣୀ ପୀଠରେ ପୋତିଛନ୍ତି ।