ସୋରଡା: ସୋରଡ଼ା ବ୍ଲକ ଅନ୍ତର୍ଗତ ଗେଞ୍ଜା ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ମିଳିତ ଜନଶୁଣାଣି ଅଭିଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ
Surada, Ganjam | Nov 10, 2025 ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲଜ ଅନ୍ତର୍ଗତ ଗେଞ୍ଜା ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ମିଳିତ ଜନ ଶୁଣାଣି ଅଭିଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ସୋରଡ଼ା ବ୍ଲଜ ଗୋଷ୍ଟି ଉନ୍ନୟନ ଅଧିକାରୀ ତନ୍ମୟ କୁମାର ପାତ୍ର, ତହସିଲଦାର,ବ୍ଲକ ଅତିରିକ୍ତ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଗ୍ରହଣ କରିଥିଲେ, ପଞ୍ଚାୟତ ଲୋକଙ୍କ ସମସ୍ୟା କୁ ସମାଧାନ ପାଇଁ ଏହି ନୂତନ ପ୍ରୟାସ ରାଜ୍ୟ ସରକାର ଙ୍କ ପକ୍ଷରୁ ଅନୁଷ୍ଠିତ ହୋଇଥିବା ବେଳେ ଅନେକ ପଞ୍ଚାୟତ ବାସୀ ଏଥିରେ ଉପକୃତ ହୋଇଥିବା ସୂଚନା ରହିଛି.ଆଜି ମୋଟ ୫୫ଜନ ନିଜର ଅଭିଯୋଗ ପ୍ରଦାନ କରିଛନ୍ତି।