ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷ ପାଳନ ଅବସରରେ ସେବା ଭାରତୀ ଏବଂ ସଂଘର ଭୀମଭୋଇ ତରୁଣ ବ୍ୟବସାୟୀ ଶାଖାର ମିଳିତ ଆନୁକୂଲ୍ୟରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବୁଢ଼ାରଜା ଦାନୀପାଲି ସ୍ଥିତ ଭୀମଭୋଇ କଲ୍ୟାଣ ମଣ୍ଡପ ଠାରେ ସକାଳ ୯ ଘଟିକାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ୪୪ ଜଣ ସହୃଦୟ ପୁରୁଷ ଓ ମହିଳା ରକ୍ତଦାତାଙ୍କ ଠାରୁ ରକ୍ତ ସଂଗୃହିତ ହୋଇଥିଲା । ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁଶାନ୍ତ କୁମାର ଦାସ, ମୁଖ୍ୟ ଅତିଥି ଭାବରେ ପ୍ରଦୀପ ପ୍ରଜ୍ୱଳନ କରି ଏହି ଶିବିରକୁ ଉଦଘାଟନ କ