ସୁନ୍ଦରଗଡ ସହର: ଲେଫ୍ରି ପଡ଼ା ପୋଲିସ ଦ୍ବାରା ଫୁଲ ଧୁଡ଼ି ନିକଟରୁ ଜଣେ ବାଇକ ଚୋର ଗିରଫ, ଚୋରି ବାଇକ ଜବତ
ଆଜି ଡିସେମ୍ବର 2 ତାରିଖ ମଙ୍ଗଳବାର ଅପରାହ୍ନ 4 ଟା ପାଖାପାଖି ସମୟରେ ଏହି ଚୋରକୁ ଲେଫ୍ରିପଡ଼ା ପୋଲିସ ଝରିଆ ପାଲି ରାସ୍ତାର ଫୁଲଧୁଡି ନିକଟରୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ହେଲା କବିରାଜ ବିରଗଣ୍ଠିଆ ଓ ତା' ଘର ଝରିଆ ପାଲି। ସେ ଗତ କାଲି ଏହି ବାଇକକୁ ଚୋରି କରି ଫେରାର ମାରିଥିଲା। ଏ ନେଇ ବାଇକ ମାଲିକ ହରିଶଙ୍କର ତନ୍ତୀ କେହି ଦୁର୍ବୃତ୍ତ ତାଙ୍କ ବାଇକ OD -16E-7048 କୁ ଚୋରି କରି ନେଇଥିବା ନେଇ ଲେଫ୍ରିପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥଲେ। ତାଙ୍କ ଅଭିଯୋଗ ଭିତ୍ତିରେ ଲେଫ୍ରିପଡ଼ା ପୋଲିସ ଲେଫ୍ରିପଡ଼ା ଥାନା କେଶ ନମ୍ବର - 267 ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିଲେ।