ଦେବଗଡ: ଯୋଗୀହୁଳି ପାହାଡର ଉନ୍ନତି କରଣ ପାଇଁ ପ୍ରଶାସନିକ ଅଧିକାରୀଙ୍କ ସହିତ ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କ ପରିଦର୍ଶନ
ରିଆମାଳ ବ୍ଲକ ସଦର ମହକୁମାରେ ଥିବା ଯୋଗୀହୁଳି ପାହାଡର ଉନ୍ନତି କରଣ ନିମନ୍ତେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଆଜି ପ୍ରଶାସନିକ ଅଧିକାରୀଙ୍କ ସହିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ ଉକ୍ତ ପାହାଡର ପରିଦର୍ଶନ କରିଛନ୍ତି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଯୋଗୀହୁଳି ପାହାଡର ଉନ୍ନତି କରଣ ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ମଧ୍ୟ ଦାବି ହୋଇ ଆସୁଥିଲା । ଉକ୍ତ ପାହାଡର ଉନ୍ନତିକରଣ କରାଗଲେ ଅନେକ ପର୍ଯ୍ୟଟକଙ୍କ ଭିଡ ଜମିବାର ଲକ୍ଷ ରହିଛି ।